This is default featured slide 1 title

Go to Blogger edit html and find these sentences.Now replace these sentences with your own descriptions.

This is default featured slide 2 title

Go to Blogger edit html and find these sentences.Now replace these sentences with your own descriptions.

This is default featured slide 3 title

Go to Blogger edit html and find these sentences.Now replace these sentences with your own descriptions.

This is default featured slide 4 title

Go to Blogger edit html and find these sentences.Now replace these sentences with your own descriptions.

This is default featured slide 5 title

Go to Blogger edit html and find these sentences.Now replace these sentences with your own descriptions.

Monday, August 26, 2019

ଆଉ ହେବନି ଡିଜେ ଡାନ୍ସ ? ଡିଜେ ଉପରେ ଲାଗିଲା କଟକଣା, ନିୟମ ଉଲ୍ଲଂଘନ କଲେ ୫ ବର୍ଷ ଜେଲ୍ ଦଣ୍ଡ


ବିବାହ ଉତ୍ସବ ଠାରୁ ଆରମ୍ଭ କରି ପୂଜା ବଜାର, ସବୁଠି ଡିଜେ ବାଜିବା ଏକ ପରମ୍ପରା ସଦୃଶ ହୋଇଗଲାଣି । ଏହି ଡିଜେ ବାଜିବା ଦ୍ୱାରା ଶବ୍ଦ ପ୍ରଦୂଷଣ କେତେ ମାତ୍ରାରେ ବଢିଥାଏ, ତାହା ଆକଳନ କରିବା ବି ମୁସ୍କିଲ । ତେବେ ଶବ୍ଦ ପ୍ରଦୂଷଣକୁ ନେଇ ଆଲ୍ଲାହାବାଦ୍ ହାଇକୋର୍ଟ ଏକ ବଡ ନିଷ୍ପତି ନେଇଛନ୍ତି । ଡିଜେ ବଜାଇବା ନେଇ ଅନୁମତି ଦେବା ଉପରେ ଆଲ୍ଲାହାବାଦ ହାଇକୋର୍ଟ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି । ଆଉ ଆଦେଶର ଉଲ୍ଲଂଘନ କରିବା ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ହୋଇପାରେ । ଯଦି ଡିଜେ ବାଜୁଥିବାର ଅଭିଯୋଗ ଆସେ, ତେବେ ଉକ୍ତ ଅଂଚଳର ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।




ଏହି ଆଦେଶ ବିଚାରପତି ପିକେଏସ ବଘେଲ ଏବଂ ବିଚାରପତି ପଙ୍କଜ ଭାଟିଆଙ୍କ ଖଣ୍ଡପୀଠ ଶୁଣାଇଛନ୍ତି । ତେବେ ହାସିମପୁର ପ୍ରୟାଗରାଜ ନିବାସୀ ସୁଶୀଲ ଚନ୍ଦ୍ର ଶ୍ରୀବାସ୍ତବଙ୍କ ଯାଚିତା ଉପରେ ଏହି ଶୁଣାଣି କରାଯାଇଛି । ଏହି ମାମଲାର ବିଚାର କରିବା ସମୟରେ କୋର୍ଟ କହିଛନ୍ତି, ଛୋଟ ପିଲା, ବୟସ୍କ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ଶବ୍ଦ ପ୍ରଦୂଷଣ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଟିମ୍ ଗଠନ କରି ଶବ୍ଦ ପ୍ରଦୂଷଣ ଉପରେ କଡା ନଜର ରଖିବାକୁ ଏବଂ ଦୋଷୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।




କୋର୍ଟ କହିଛନ୍ତି, ସମସ୍ତ ଧାର୍ମିକ ପର୍ବପର୍ବାଣୀ ଏବଂ ଉତ୍ସବ ପୂର୍ବରୁ ଜିଲ୍ଲାପାଳ ବୈଠକ ଡକାଇ ଏହି ଆଇନ୍ ପାଳନ ନେଇ ସମସ୍ତଙ୍କୁ ଅବଗତ କରାଇବେ । ଆଉ ଯଦି କେହି ଏହି ଆଇନର ଉଲ୍ଲଂଘନ କରେ, ତେବେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ହେବ । ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁଯାୟୀ, ଅପରାଧୀଙ୍କ ବିରୋଧରେ ଏଫଆଇଆର ଦାୟର କରାଯିବ । ତେବେ ଆଲ୍ଲହାବାଦ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ଅନେକଂଶରେ ସ୍ୱାଗତ କରାଯାଇଥିବା ବେଳେ ଆଗକୁ ଏହି ଆଇନ୍ କେତେ ମାତ୍ରାରେ ପାଳନ କରାଯାଉଛି ତାହା ଦେଖିବାକୁ ରହିଲା । ଏଠାରେ କହିରଖୁଛୁ, ଏହି ନିୟମ କେବଳ ଆଲ୍ଲାହାବାଦ ପାଇଁ ହିଁ ଲାଗୁ ହେବ । ଅନ୍ୟ ରାଜ୍ୟ ଗୁଡିକରେ ଏନେଇ କୌଣସି ନିଷ୍ପତି ନିଆଯାଇନାହିଁ ।

ବଦଳିବାକୁ ଯାଉଛି ଅନଲାଇନ୍ ଟଙ୍କା ନେଣଦେଣର ଏହି ନିୟମ ! ଜାଣନ୍ତୁ କିଭଳି ଉଠାଇବେ ଏହାର ଲାଭ ।

ଯଦି ଆପଣ ଅନଲାଇନ୍ ଟଙ୍କା ନେଣଦେଣ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସିଖବର ରହିଛି । ଆରବିଆଇ ଇଣ୍ଡିଆ ଗ୍ରାହକଙ୍କ ଟଙ୍କା ନେଣଦେଣ ପାଇଁ ଟାଇମ୍ ଗ୍ରାସ୍ ସେଟଲମେଣ୍ଟ୍ (ଆରଟିଜିଏସ୍) ର ସମୟସୀମାରେ ପରିବର୍ତ୍ତନ କରିଛନ୍ତି । ଏହି ନୂଆ ନିୟମ ଅଗଷ୍ଟ ୨୬ ତାରିଖଠାରୁ ଆରମ୍ଭ ହେବ । ଆରବିଆଇ ମୁତାବକ , ଆରଟିଜିଏସ୍ ଜରିଆରେ ବଡ ରାଶିର ଟ୍ରାଞ୍ଜାକ୍ସନ୍ ସୁବିଧା ଅଗଷ୍ଟ ୨୬ ତାରିଖ ସକାଳ ୭ ଟା ସମୟରୁ ଉପଲବ୍ଧ ହେବ ।

khanda o kalama odia story ever

ତେବେ ଗ୍ରାହକଙ୍କ ପାଇଁ ଏହି ସୁବିଧାକୁ ସକାଳ ୮ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଉପଲବ୍ଧ କରାଯିବ । ଅନ୍ୟପକ୍ଷରେ ବ୍ୟାଙ୍କରେ ନେଣଦେଣ ପାଇଁ ସକାଳ ୮ ଟାରୁ ସନ୍ଧ୍ୟା ୭.୪୫ ମିନିଟ୍ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଆରବିଆଇ ଏହି ସମ୍ବନ୍ଧରେ ଏକ ନୋଟିଫିକେସନ୍ ମଧ୍ୟ ଜାରି କରିଛି । ଆପଣଙ୍କୁ କହିରଖୁଛୁ ଆରଟିଜିଏସ୍ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ର ଏକ ମାଧ୍ୟମ ଅଟେ । ଯାହାର ଉପଯୋଗ ମୁଖ୍ୟତଃ ବଡଅଙ୍କର ରାଶିକୁ ଟ୍ରାନ୍ସଫର୍ କଲା ସମୟରେ ବ୍ୟବହାର କରାଯାଏ । ଏହାକୁ ବ୍ୟବହାର କରି ନ୍ୟୁନତମ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଯାଇପାରିବ । କିଛି ଦିନ ତଳେ ଆରବିଆଇ ଏହା ଉପରେ ଲାଗିଥିବା ଚାର୍ଜକୁ ହଟାଇ ଦେଇଥିଲା । ରବିବାର ଏବଂ ଛୁଟିଦିନ ମାନଙ୍କରେ ଆରଟିଜିଏସ୍ ର ସେବା ଉପଲବ୍ଧ ନଥାଏ ।
TECH TIPS IN ODIA

ନିକଟରେ ଆରବିଆଇର ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ର ଏକ ଅନ୍ୟ ମାଧ୍ୟମ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ଜରିଆରେ ୨୪ ଘଣ୍ଟା ଟ୍ରାଞ୍ଜାକ୍ସନ୍ ର ଅନୁମତି ଦେବାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଡିସେମ୍ବର ମାସରୁ ଏହି ପରିବର୍ତ୍ତନ ଆରମ୍ଭ ହେବ ।

ଆଜି ବି ରହସ୍ୟ ଘେରରେ ଭାରତର ମୃତ୍ୟୁର ଟାପୁ ! ବସବାସ କରନ୍ତି ସବୁଠାରୁ ଭୟଙ୍କର ଜନଜାତି

ଆଜି ବି ରହସ୍ୟ ଘେରରେ ଭାରତର ମୃତ୍ୟୁର ଟାପୁ 

ଭାରତର ଆଣ୍ଡାମାନ-ନିକୋବର ଦ୍ୱୀପ ପୁଞ୍ଜରେ ଉତ୍ତର ସେଣ୍ଟିନେଲ ଦ୍ୱୀପ ଦୁନିଆ ପାଇଁ ଆଜି ବି ରହସ୍ୟ ଘେରରେ । ଏହି ଦ୍ୱୀପକୁ ଦୁନିଆର ସବୁଠାରୁ ଭୟଙ୍କର ତଥା ମୃତ୍ୟୁର ଟାପୁ କୁହାଯାଏ । କୁହାଯାଏ କେହି ବ୍ୟକ୍ତି ଉକ୍ତ ଟାପୁରେ ପ୍ରବେଶ କଲେ, ଆଉ କେବେ ଫେରନ୍ତି ନାହିଁ ।ଭାରତର ଉତ୍ତର ସେଣ୍ଟିନେଲ ଦ୍ୱୀପ ଏତେ ଭୟଙ୍କର ଯେ ମ୍ୟୃତ୍ୟୁର ଟାପୁ ନାମରେ ଏହା ପରିଚତ । (odia kahani ଓଡିଆ କାହାଣୀ-ରହସ୍ୟମୟ ଟାପୁ) ଏଠାରେ ଖତରନାକ୍ ଆଦିବାସୀ ରୁହନ୍ତି । ଭାରତ ସରକାର ଏହି ଦ୍ୱୀପପୁଞ୍ଜକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ଚାରିପାଖେ ସମୁଦ୍ର ଘେରିହୋଇଥିବା ଏହି ଟାପୁକୁ ବିମାନରୁ ଦେଖିଲେ ଯେକେହି ତା'ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯିବ । ଏହି ଟାପୁକୁ ଯିବାପାଇଁ କୌଣସି ରାସ୍ତା ନାହିଁ । କେବଳ ସମୁଦ୍ର ମାର୍ଗରେ ହିଁ ମୃତ୍ୟୁର ଟାପୁରେ ପହଞ୍ଚିହେବ । odia kahani ଓଡିଆ କାହାଣୀ-ରହସ୍ୟମୟ ଟାପୁ








ମୃତ୍ୟୁର ଟାପୁରେ ରୁହନ୍ତି ଏକ ଭୟଙ୍କର ଜନଜାତି । ଯେଉଁମାନେ ଆଧୁନିକ ସଭ୍ୟତାକୁ ଆପଣାଇବା ପାଇଁ ମନାକରିଦେଇଛନ୍ତି । ଭାରତ ସମେତ ପୁରା ବିଶ୍ୱ ସହ ଏହି ଟାପୁର କୌଣସି ସମ୍ପର୍କ ନାହିଁ । ଏଠାରେ ବସବାସ କରୁଥିବା ଲୋକେ ଆକାଶରେ ଉଡ଼ୁଥିବା ହେଲିକ୍ପର କିମ୍ବା ଉଡ଼ାଜାହଜକୁ ମଧ୍ୟ ତୀର, ପଥର ଓ ନିଆଁ ଗୁଳା ଫୋପାଡ଼ୁଥିବା କଥା ଶୁଣିବା ପାଇଁ ମିଳେ ।odia kahani ଓଡିଆ କାହାଣୀ-ରହସ୍ୟମୟ ଟାପୁ





ଏତେ ଭୟଙ୍କର ଟାପୁ ଯେ ମତ୍ସ୍ୟଜୀବୀମାନେ ମଧ୍ୟ ଭୁଲରେ ଏଠାକୁ ଯାଆନ୍ତି ନାହିଁ । ଖବର ଅନୁସାରେ ୨୦୦୬ରେ କିଛି ମତ୍ସ୍ୟଜୀବୀ ଭୁଲରେ ପହଞ୍ଚିଯାଇଥିଲେ । ପରେ ସେମାନଙ୍କ କୌଣସି ଖୋଜଖବର ମିଳିନଥିଲା । ଏହି ଜନଜାତିର ଲୋକେ ସାରା ବିଶ୍ୱରେ ଭିନ୍ନ ହୋଇ ରୁହନ୍ତି । ତାଙ୍କ ରୀତିନୀତି, ଭାଷା, ବ୍ୟବହାର, ଚାଲିଚଳନ ବିଷୟରେ କାହାକୁ ଜଣାନାହଁ । ପାଖାପାଖି ୬୦ ହଜାର ଲୋକ ଏଠାରେ ବାସ କରନ୍ତି ବୋଲି କୁହାଯାଏ । ଏମାନଙ୍କୁ କୌଣସି ପ୍ରକାର ପରିବର୍ତ୍ତନ ପସନ୍ଦ ନାହିଁ । ଏବେ ପର୍ଯ୍ୟନ୍ତ ଯେତେ ଲୋକ ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଟାପୁରେ ପହଞ୍ଚିଛନ୍ତି କେହି ଜୀବନ୍ତ ଫେରିପାରି ନାହାନ୍ତି ।odia kahani ଓଡିଆ କାହାଣୀ-ରହସ୍ୟମୟ ଟାପୁ